ଛେଣ୍ଡିପଦା: ସ୍ଥାନୀୟ ଜରପଡ଼ା ଥାନା ତୁକୁଡ଼ା ଗ୍ରାମ ନିକଟସ୍ଥ ରେଳ ଲାଇନ କଡ଼ରେ ଥିବା ଡ୍ରେନରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି।
ସୂଚନା ମୁତାବକ, ତୁକୁଡ଼ା ଓ ଜରପଡା ସୀମା ନିକଟସ୍ଥ କୁର୍ତ୍ତୀ ଗୋଠ ଠାରେ ଥିବା ରେଲୱେ ଡ୍ରେନ ଭିତରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ଜରପଡ଼ା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପାରିପାର୍ଶ୍ଵକ ସ୍ଥିତିରୁ ଶବଟି ଦୁଇ ତିନିଦିନ ହେବ ପଡ଼ିଥିବା ଅନୁମାନ କରାଯାଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ତଦନ୍ତ କରୁଥିବା କହିଛି।