ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଥିବା ଏକ ଔଷଧ ଦୋକାନରେ ବସି କାରବାର ବୁଝିଥିବା ଜଣେ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ହେଲା ପାଖ ଲୋକ ମାନେ ଅନୁଗୁଳ ହସ୍ପିଟାଲକୁ ତୁରନ୍ତ ନେଇଗଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।
ମୃତକ ଏମଆର ଜଣକ ହେଲେ ଢେଙ୍କାନାଳ ରଞ୍ଜା ଗାଁର ସୁଶୀଲ କୁମାର ନାଏକ। ବୟସ ମାତ୍ର ୩୧।ପ୍ରାୟ ଦେଢ଼ ମାସ ତଳେ ତାଙ୍କର ବିବାହ ହୋଇଥିଲା। ସୁଶୀଲଙ୍କ ମୃତ୍ୟୁରେ “ଅଶ୍ରୁ” ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।