ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ

You are currently viewing ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଗୁରୁବାର ପାଳିତ ହୋଇଯାଇଛି। ସ୍ଥାନୀୟ ସଭାଘରଠାରେ ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ରାମକୃଷ୍ଣ ପଟ୍ଟନାୟକ ମଧୁବାବୁଙ୍କ ଜୀବନ ଉପରେ ଆଲୋଚନା କରିବା ସହ ଓକିଲମାନେ ସମାଜରେ ଏକ ବୈପ୍ଳବିକ ସଂସ୍କାର ଆଣିବାରେ ସହାୟକ ହୋଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ ଶଶୀକାନ୍ତ ମିଶ୍ର ମଧୁସୂଦନ ଦାସଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ସେ କିପରି ସ୍ବାଭିମାନୀ ଥିଲେ ଓ ନାରୀମାନଙ୍କୁ ତାଙ୍କ ଅଧିକାର ପାଇଁ ସଂଗ୍ରାମ କରିଥିଲେ ସେ ଉପରେ ତାଙ୍କର ମତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଦୌରା ଜଜ ପ୍ରଣବ କୁମାର ପାତ୍ର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ସଂଘର ସମ୍ପାଦକ ଧୃବ ଚରଣ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସଂଘର ଉପସଭାପତି ଭବାନୀ ଶଙ୍କର ପ୍ରଧାନ, ସହସମ୍ପାଦକ ପ୍ରେମାନନ୍ଦ ସାହୁ, କୋଷାଧ୍ୟକ୍ଷ ଗୋପାଳ ପ୍ରସାଦ ଅଗ୍ରୱାଲ ଓ ସାଂସ୍କୃତିକ ସମ୍ପାଦକ କୁଶ ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ କୋର୍ଟ ପରିସରରେ ଥିବା ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବ।

Share

Leave a Reply