ବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ଼, ଅଳ୍ପକେ ବର୍ତିଲେ ଯାତ୍ରୀ

You are currently viewing ବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ଼, ଅଳ୍ପକେ ବର୍ତିଲେ ଯାତ୍ରୀ

ଅନୁଗୁଳ: ରାଉରକେଲା-ଭୁବନେଶ୍ବର ଦ୍ରୁତ ଗାମୀ ବନ୍ଦେ ଭାରତ ଟ୍ରେନକୁ ଗତ ରବିବାର ରାତିରେ ମେରାମୁଣ୍ଡଳି-ବୁଢାପଙ୍କ ଷ୍ଟେସନ ମଝା ମଝି କେହି ଦୁର୍ବୃତ୍ତ ପଥର ମାଡ଼ କରିଥିଲା। ପଥର ମାଡରେ ଗୋଟିଏ ବଗିର କାଚ ଫାଟି ଯାଇଥିଲା।

ଖବର ପାଇ ରେଳ ନିରାପତ୍ତା ରକ୍ଷୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ହେଲେ କିଏ ଏଭଳି କାଣ୍ଡ କରିଥିଲା ସେଥିନେଇ କୌଣସି ତଥ୍ୟ ମିଳିପାରି ନାହିଁ। ଯାତ୍ରୀ ମାନଙ୍କର ମଧ୍ୟ କୌଣସି କ୍ଷତି ହୋଇ ନାହିଁ।

Share

Leave a Reply