ମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ

You are currently viewing ମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ

ଅନୁଗୁଳ : ରାଜ୍ୟ ସରକାରଙକ ମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ ଆଗତ କରାଯାଇଛି। ମଙ୍ଗଳବାର ୫ଟି ସଚ୍ଚିବ ଭିକେ ପାଣ୍ଡିଆନଙ୍କ ଜରିଆରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ବହୁ ଜନହିତକାରୀ ପ୍ରକଳ୍ପ ମଞ୍ଜୁର କରିବା ପାଇଁ ଅନୁରୋଧ କରାଗଲା। ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଭିଡିଓ କନଫରେନ୍ସିଙ୍ଗରେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ପୌର ନିର୍ବାହୀ ଅଧିକାରୀ ଗିରିଜା ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଅନୁମୋଦନ ପାଇଁ ପଠା ଯାଇଥିବା ପ୍ରକଳ୍ପ ଗୁଡିକ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବେ ବୋଲି ଶ୍ରୀ ପଣ୍ଡିଆନ ସୂଚନା ଦେଇଥିଲେ। ଏଥିସହ ଅନୁଗୁଳ ପୌରାଞ୍ଚଳକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ବିଜେଡି ନେତା ଅରୁଣାଭ ସିଂହ, ବୃନ୍ଦାବନ ସ୍ୱାଇଁ, ସତ୍ୟନନ୍ଦ ଦଳବେହେରା, ରଞ୍ଜିତ ମାଣ୍ଡୋଠିଆ, ସୁନୀଲ ସାହୁ, ମାଳିନୀ ସର, ଉଲ୍ଲାସ ସାହୁ, ଅଜିତ ଦ୍ବିବେଦୀ, ସୁଜିତ ଦ୍ବିବେଦୀ, ସରୋଜ ନାଏକ, ଭେଙ୍କଟ ବାଗ୍ରୋଡ଼ିଆ, ବିଶ୍ୱ ରଞ୍ଜନ ସାହୁ, ତାପସ ନାୟକଙ୍କସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଅନୁଗୁଳ ପୌର ନିର୍ବହୀ ଅଧିକାରୀ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply