ମାଡ଼ମାରି ଲୁଟ ଘଟଣାରେ ୩ ଗିରଫ

0

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ସୋମବାର ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତ ୫ ତାରିଖ ବିଳମ୍ବିତ ରାତିରେ କୁଶାସିଂହା ଗାଁର ବିରବର ବେହେରାଙ୍କ ଘରେ ୩ ଜଣ ଦୁବୃର୍ତ୍ତ ପଶି ମାଡ଼ମାରି ୪୫ ହଜାର ଟଙ୍କା ଲୁଟକରି ଫେରାର ହୋଇଯାଇଥିଲେ। ଏ ନେଇ ବିରବର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଏଥିରେ ସମ୍ପୃକ୍ତ ନୂଆମୌଜାର ଅଶିଷ ନାଏକ(୨୦), ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁର ଗୋବିନ୍ଦ ବେହେରା(୨୦) ଓ ସୁଜିତ କହଁର(୧୯)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

online coaching

Leave A Reply

Your email address will not be published.