ଗୋରୁ ବୋଝେଇ ଗାଡ଼ି ଜବତ: ୩୨ ଗାଈ ଉଦ୍ଧାର, ୨ ମୃତ

You are currently viewing ଗୋରୁ ବୋଝେଇ ଗାଡ଼ି ଜବତ: ୩୨ ଗାଈ ଉଦ୍ଧାର, ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କରଡ଼ାଖମଣ ଜଙ୍ଗଲରୁ ଏକ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ପାଳଲହଡ଼ା ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ରେଙ୍ଗାଳି ଡ୍ୟାମ୍ ସାଇଟ ଥାନା ଓ ଖମାର ଥାନା ମିଳିତ ଚଢ଼ାଉ କରି କରଡାଖମଣର ବାଞ୍ଜ ଖୋଳ ଜଙ୍ଗଲରୁ ଗୋରୁ ବୋଝେଇ ଚଉଦ ଚକିଆ ଟ୍ରକ୍ (ଓଡି୨୨ଜେଡ୨୩୦୪) ଜବତ କରିଥିଲା।

ଗାଡ଼ିରୁ ୩୨ ଗୋରୁ ଉଦ୍ଧାର କରାଯାଇଥିଲା। ସେଥିରୁ ୨ ଗୋରୁଙ୍କ ମୃତ୍ୟୁ ଘଟିଥିଲା। ପୋଲିସକୁ ଦେଖି ଗୋମାଫିଆମାନେ ଫେରାର ହୋଇଯାଇଥିଲେ। ରେଙ୍ଗାଳି ପୋଲିସ ଗାଡ଼ିକୁ ଜବତ କରିବା ପରେ ଗୋରୁଙ୍କୁ ରେଙ୍ଗାଳି +୩ କଲେଜ ଭିତରେ ଚରିବା ପାଇଁ ଛାଡି ଦେଇଥିବାବେଳେ ଆହତ ଗୋରୁ ମାନଙ୍କୁ ରେଙ୍ଗାଳି ଭିଏସଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା। ଦୁଇ ମୃତ ଗୋରୁଙ୍କୁ କଲେଜ ପଡିଆ ଠାରେ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଥିଲା। ଉଦ୍ଧାର ଗୋରୁଙ୍କୁ ଢେଙ୍କାନାଳ ସ୍ଥିତ ଗୋଶାଳା କୁ ପଠାଯିବ ବୋଲି ଏସଡିପିଓ କୈଳାସ ସେଠି ସୂଚନା ଦେଇଥିଲେ।

ସ୍ଥାନୀୟ ଅଞ୍ଚଳର ଧ୍ରୁବଚରଣ ଧୀର, ଡିଲେଶ୍ଵର ଷଣ୍ଢ, ତରୁଣ କୁମାର ସାହୁ, କବିରାଜ ସାମଲ, ତପୁ ମିଶ୍ର, ବାମଦେବ ସାମଲ, ସୁଧାକର ସାମଲ, ପ୍ରକାଶ ଧୀର, ସିମ୍ପୁଲ ଶର୍ମା ପ୍ରମୁଖ ଗୋଉଦ୍ଧାରରେ ସହଯୋଗ କରିଥିଲେ।

Share

Leave a Reply