କଳମଛୁଇଁ ଶିଶୁମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଆୟୋଜିତ

You are currently viewing କଳମଛୁଇଁ ଶିଶୁମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଆୟୋଜିତ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ ପଞ୍ଚାନନ ବେହେରା ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଏକ କଳସୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମ ନିକଟସ୍ଥ ବାଉଁଶଗାଡିଆ ପୋଖରୀରୁ ଜଳ କଳସୀକୁ ଶୋଭାଯାତ୍ରାରେ ଆଣି ବିଦ୍ୟାଳୟ ପରିସରରେ ଥିବା ଯଜ୍ଞ ମଣ୍ଡପରେ ରଖାଯାଇଥିଲା। ଆଚାର୍ଯ୍ୟ ମଳୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଂସ୍କାର ଯଜ୍ଞରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ ଓ ତାଙ୍କ ପତ୍ନୀ ନୀଳିମାରାଣୀ ପ୍ରଧାନକର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ।
କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ଅନୀଲ କୁମାର ସାହୁ, କୁମୁଦ ଚନ୍ଦ୍ର ବେହେରା, ବସନ୍ତ ମହାନ୍ତି, ଅର୍ଚ୍ଚନା ସାହୁ, ସରୋଜା ବେହେରା, ଟୁନିତା ସାହୁ, ସବିତା ସାହୁ, ମୋନାଲିସା ମହାନ୍ତି, ରଞ୍ଜୁବାଳା ସାହୁ, କୁମୁଦ ସାହୁ, ପ୍ରକାଶ ଚନ୍ଦ୍ର ପ୍ରଧାନ, ବିକାଶ ପ୍ରଧାନ, ରୀତା ଭୂତିଆ, ଜ୍ୟୋତିର୍ମୟୀ ସେନାପତି, ବୈଜୟନ୍ତୀ ସାହୁଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ରହି ପରିଚାଳନା କରିଥିଲେ।

Share

Leave a Reply