ଅନୁଗୁଳ: ଅନୁଗୁଳ ଜିଲ୍ଲା ବଡ଼ଯୋରଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିରରେ ୬ଷ୍ଠ ରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାର୍ଥୀ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେରର ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଯୋଗ ଦେଇଥିଲେ। ସେ ଶିଶୁମାନଙ୍କର ଉନ୍ନତ ଜୀବନଶୈଳୀ, ଅଧ୍ୟୟନ କୌଶଳ, ବିକଶିତ ଭବିଷ୍ୟତ ପାଇଁ ଶିଶୁମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ସରଳ ଉତ୍ତର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି କହିଥିଲେ, ଜ୍ଞାନର ଗନ୍ତାଘର ପୁସ୍ତକ ହୋଇଥିବାରୁ ଅଧିକ ସମୟ ପାଠପଢ଼ାରେ ମନ ଦିଅ। ପ୍ରଥମେ ନିଜର ଲକ୍ଷ୍ୟ ସ୍ଥିର କର। ପରେ ଲକ୍ଷ୍ୟ ପାଇଁ ଆବଶ୍ୟକ ପରିଶ୍ରମକୁ ବଳବତ୍ତର କର ଓ ତତ୍ପରେ ଲକ୍ଷ୍ୟ ହାସଲ ଯାଏଁ ଲାଗି ରୁହ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଗୌରଚନ୍ଦୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସଭାପତି ସୁରେଶ ଚନ୍ଦ୍ର ସାହୁ, ପ୍ରତିଷ୍ଠାତା ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ, ଜବାହରଲାଲ ପ୍ରଧାନ, ଆଚାର୍ଯ୍ୟା ବବିତା ବିଶ୍ୱାଳ, କଳ୍ପନା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।