ଗାଁରେ ବୁଲୁଥିବା ସନ୍ଦିଗ୍ଧ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

You are currently viewing ଗାଁରେ ବୁଲୁଥିବା ସନ୍ଦିଗ୍ଧ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

ଅନୁଗୁଳ : ସ୍ଥାନୀୟ ବନ୍ତଳା ଥାନା ମାଟିଆ ସାହି ପଞ୍ଚାୟତ ବଡଦାଣ୍ଡ ସାହିବାସୀ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖି ଥାନାରେ ଜିମା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଆଜି ପୁରୁଣାଗଡ଼ ଅଞ୍ଚଳରେ ୪ ଜଣ ଯୁବକ ସନ୍ଦିଗ୍ଧ ଭାବେ ବୁଲୁଥିଲେ। ଏମାନେ ହିନ୍ଦୀରେ କଥା ବାର୍ତ୍ତା କରୁଥିଲେ। ୪ ଜଣଙ୍କ ମଧ୍ୟରୁ ତିନି ଜଣ ଅନ୍ୟ ଗାଁରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି।

ଅନ୍ୟପଟେ ଅଟକ ଥିବା ଯୁବକ ନିଜ ନାଁ, ଗାଁ ପ୍ରକାଶ କରୁ ନଥିବା ଜଣାଯାଇଛି। ସମ୍ପୃକ୍ତ ଯୁବକକୁ ଗାଁ ଲୋକେ ଅଟକ ରଖି ବନ୍ତଳା ଥାନା ଜିମା ଦେଇଥିବା ଜଣାପଡ଼ିଛି।

Share

Leave a Reply