ରେଳପଥ କାମରେ ବେଆଇନ ବ୍ଲାଷ୍ଟିଂ: ବିରୋଧ କରି କାମ ବନ୍ଦ କଲେ ଗ୍ରାମବାସୀ

You are currently viewing ରେଳପଥ କାମରେ ବେଆଇନ ବ୍ଲାଷ୍ଟିଂ: ବିରୋଧ କରି କାମ ବନ୍ଦ କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଦେଇ ବହୁ ପ୍ରତୀକ୍ଷିତ ତାଳଚେର ବିମଳାଗଡ଼ ରେଳପଥ କାର୍ଯ୍ୟ ଜୋରସୋରରେ ଚାଲିଛି। କିନ୍ତୁ କାମ ବେଳେ ବେଆଇନ ବ୍ଲାଷ୍ଟିଂ ହେଉଛି, ଯାହାକୁ ନେଇ ଠିକା ସଂସ୍ଥା ଉପରେ ତାତିଛନ୍ତି ଡିମିରିଆ ପଞ୍ଚାୟତର ପେଣ୍ଡେରାବସା ଗ୍ରାମବାସୀ। ମହିଳାମାନେ କାମ ବନ୍ଦ କରିଛନ୍ତି। ତେବେ ଏନେଇ ପୂର୍ବରୁ ପାଳଲହଡ଼ା ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ସୋମବାର ଠିକା ସଂସ୍ଥା ପକ୍ଷରୁ ପୁଣି ଥରେ ପଥର ଫଟାଇବା ପାଇଁ ସଜବାଜ ହେଉଥିବା ବେଳେ ଗ୍ରାମର ମହିଳାମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଠିକା ସଂସ୍ଥା ପକ୍ଷରୁ ପୁଲିସକୁ ଡକାଯାଇଥିଲା ଏବଂ ପୁଲିସ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉତ୍ତେଜନା ପରେ ବ୍ଲାଷ୍ଟିଙ୍ଗ ବନ୍ଦ ଥିବା ଜଣାପଡ଼ିଛି, ଅନ୍ୟପଟେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଯାଇଥିବା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତି କହିଛନ୍ତି। ଏ ନେଇ ଫୋନ ଯୋଗେ ଠିକା ସଂସ୍ଥାର ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।

Share

Leave a Reply