କ୍ୟାଟ ତରଫରୁ ମତଦାତା ସଚେତନତା କାର୍ଯ୍ୟକ୍ରମ, ସମସ୍ତେ ଭୋଟ ଦେବାକୁ କଲେ ଅପିଲ

You are currently viewing କ୍ୟାଟ ତରଫରୁ ମତଦାତା ସଚେତନତା କାର୍ଯ୍ୟକ୍ରମ, ସମସ୍ତେ ଭୋଟ ଦେବାକୁ କଲେ ଅପିଲ

ଅନୁଗୁଳ: କ୍ୟାଟ ତରଫରୁ ଜିଲ୍ଲାର ସମସ୍ତ ସାଂସ୍କୃତିକ, ସାମାଜିକ, ଧାର୍ମିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସ‌ହ‌ଯୋଗରେ ଏକ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସଭା ଆରମ୍ଭରେ କ୍ୟାଟର ଅନୁଗୁଳ ଶାଖା ଚେୟାରମ୍ୟାନ ରାଜ କୁମାର ଶୁକ୍ଳା ସ୍ବାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ତଥା କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜିତେନ୍ଦ୍ର ଗୁପ୍ତା ପରିଚୟ ପ୍ରଦାନ କରିଥିଲେ। ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ ସମସ୍ତେ ସକ୍ରିୟ ଭାବେ ସହଯୋଗ କରିବା ତଥା ନିଜ ଆଖପାଖରେ ରହୁଥିବା ବ୍ୟକ୍ତିଙ୍କୁ ମତଦାନ କେନ୍ଦ୍ରକୁ ଆଣି ଭୋଟ ଦେବା ପାଇଁ ଲୋକମାନଙ୍କୁ ସଚେତନ କରାଇବାକୁ ଅନୁରୋଧ କରିଥିଲେ। କ୍ୟାଟର ଅଧ୍ୟକ୍ଷ କମଲ କୁମାର ଅଗ୍ରୱାଲ ଆଗାମୀ ଦିନରେ ସମସ୍ତଙ୍କ ସ‌ହ‌ଯୋଗ କାମନା କରିଥିଲେ। ରାମକୃଷ୍ଣ ତ୍ରିପାଠୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅନୁଗୁଳର ପ୍ରମୁଖ ସାମାଜିକ ଅନୁଷ୍ଠାନ ତଥା ଆଧ୍ୟାତ୍ମିକ ଅନୁଷ୍ଠାନ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ,ପତଞ୍ଜଳି ଯୋଗ ସମିତି, ଆଦିତ୍ୟ ବାହିନୀ, ଗାୟତ୍ରୀ ପରିବାର, ଅଶ୍ରୁ, ମାରୁଓ୍ବାଡି ଯୁବ ମଞ୍ଚ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ସମ୍ବାଦ ସାହିତ୍ୟ ଘର, ଗାୟତ୍ରୀ ପରିବାର, ଆର୍ଯ୍ୟ ସମାଜ, ଏଫ୍ଇଏସ୍, ବିକଳ୍ପ ବିକାଶ, ଡୋଭ୍, ମାରଓ୍ବାଡି ମହିଳା ସମିତି, ବିଶିଷ୍ଟ ଅଧିବକ୍ତା ଓ ସାମ୍ବାଦିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Share

Leave a Reply