ମହୁମାଛି ଆକ୍ରମଣ: ଗଲା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଜୀବନ

You are currently viewing ମହୁମାଛି ଆକ୍ରମଣ: ଗଲା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଜୀବନ

ଅନୁଗୁଳ: ମହୁମାଛି ଆକ୍ରମଣରେ ଗଲା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଜୀବନ। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ହରିହରପୁର ଗାଁର ବିପିନ୍ ପ୍ରଧାନ। ମହୁମାଛି ଆକ୍ରମଣରେ ଅଞ୍ଚଳର ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ତିପଦା କମ୍ପସଲା ପଞ୍ଚାୟତ ହରିହରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ରୋଷେଇ ନିଆଁରୁ ଧୂଆଁ ବାହାରି ଏକ ମହୁ ଫେଣାରେ ବାଜିବା ପରେ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାରୁ ପାଖାପାଖି ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ଜଣେ ପ୍ରାଣୀ ଚିକିତ୍ସକ ଗୁରୁତର ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି।

Share

Leave a Reply