ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଉଚ୍ଛେଦକୁ ବିରୋଧକରି ୨୨ଟି ପରିବାରର ସଦସ୍ୟମାନେ ଗୁରୁବାର ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ୱାର୍ଡ ବାସିଙ୍କ ଅଭିଯୋଗ ଅନୁସାରେ ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ବସ୍ତୀକୁ ଉଛେଦ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି। ଗୋଟିଏ ଦିନ ମଧ୍ୟରେ ଏହି ସ୍ଥାନକୁ ଛାଡ଼ି ଚାଲିଯିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ତୀରେ ୩୫ ବର୍ଷରୁ ଊର୍ଦ୍ଧ୍ବ ୨୨ଟି ପରିବାର ରହୁଛନ୍ତି। ଏବେ କୁଆଡେ ଯିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।, ଥାଇଥାନ କରିବାକୁ ସେମାନେ ଦାବି କରିଛନ୍ତି। ପୌରାଧ୍ୟକ୍ଷଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବସ୍ତିବାସିନ୍ଦା।
୧୧ ନମ୍ବର ୱାର୍ଡ ବାସିଙ୍କ ପୌର କାର୍ଯ୍ୟାଳୟ ଆଗରେ ଧାରଣା
- Post published:July 1, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray

Tags: Angul
You Might Also Like

ନିଟ୍-ୟୁଜି ଏବଂ ୟୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଦୁର୍ନୀତିର ପ୍ରତିବାଦ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପୌରନିର୍ବାହୀ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା, ଆଜି ଠାରୁ ବଜାରରେ ମାଇକ ମାଧ୍ୟମରେ ବ୍ୟବସାୟୀଙ୍କୁ ସଚେତନ କରାଇବ ପୌରପାଳିକା
