ଡ୍ରୋନ୍ ସର୍ଭିସ୍ ଟେକ୍ନିସିଆନ୍ 3.0ର ନୂତନ ପ୍ରାର୍ଥୀଙ୍କୁ ସ୍ୱାଗତ ଓ ବୃକ୍ଷରୋପଣ

You are currently viewing ଡ୍ରୋନ୍ ସର୍ଭିସ୍ ଟେକ୍ନିସିଆନ୍ 3.0ର ନୂତନ ପ୍ରାର୍ଥୀଙ୍କୁ ସ୍ୱାଗତ ଓ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସହରସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରେନିଙ୍ଗ ଅଫ୍ ଟ୍ରେନର୍ସଠାରେ ଏ ଆଇ ଟିଏମ୍ ସି ଭେନଚର୍ସ ଲିମିଟେଡ୍ ଓ ଓଡିଶା ଦକ୍ଷତା ବିକାଶ ତରଫରୁ ଡ୍ରୋନ୍ ସର୍ଭିସ୍ ଟେକ୍ନିସିଆନ୍ 3.0ର ନୂତନ ପ୍ରାର୍ଥୀଙ୍କୁ ସ୍ୱାଗତ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ତାଳଚେର ଉପ-ଜିଲ୍ଲାପାଳ ସମୀର କୁମାର ଜେନା, ଜିଲ୍ଲା ଦକ୍ଷତା-ତଥା-ଜିଲ୍ଲା ନିୟୋଜନ ଅଧିକାରୀ ଦେବାଶିଷ ସାହୁ ଓ ତାଳଚେର ସରକାରୀ ଆଇ.ଟି.ଆଇ ଅଧ୍ୟକ୍ଷ ଜଗଜୀବନ ମହାରଣା ଯୋଗଦେଇ ପ୍ରାର୍ଥୀଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ।

ଏଆଇଟିଏମସି ଭେନଚର୍ସ ଲିମିଟେଡ୍ (ଏଭିପିଲ୍ ଇଣ୍ଟରନେସନାଲ୍)ତରଫରୁ ଫାଲଗୁନୀ ମିଶ୍ର, ଶାଖା ପରିଚାଳକ ଦକ୍ଷତା ବିକାଶ କାର୍ଯକ୍ରମ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ସମସ୍ତ ପ୍ରଶିକ୍ଷାର୍ଥୀ, ତାଲିମ୍ ପ୍ରଦାନ କରୁଥିବା ସଂସ୍ଥା, ଜିଲ୍ଲା ବନ ବିଭାଗ ତଥା ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରେନିଙ୍ଗ ଅଫ୍ ଟ୍ରେନର୍ସର କର୍ମକର୍ତ୍ତା ସମସ୍ତ ସହଯୋଗ କରିଥିଲେ। ପରେ ଗୁରୁପୂର୍ଣ୍ଣିମା ଅବସରରେ ବୃକ୍ଷ ରୋପଣ ମଧ୍ଯ କରାଯାଇଥିଲା।

Share

Leave a Reply