ଅନୁଗୁଳ: ଅନେକ ସମୟରେ ପୌରପାଳିକା ପାର୍କ ଗଢେ଼। ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ। ତା’ପରେ କଥା ସରିଯାଏ। ଏହିଭଳି ଏକ ଦୃଶ୍ୟ ଅନୁଗୁଳ ଶିମିଳିପଡ଼ାବାସୀଙ୍କୁ ବ୍ୟଥିତ କରିଛି। ପୌରପାଳିକା ପକ୍ଷରୁ ଏଥିରେ ଉଦ୍ୟାନ ଗଢ଼ାଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କିନ୍ତୁ ବର୍ଷ କେଇଟାରେ ଉଦ୍ୟାନରୁ ଫୁଲଗୁଛ ଉଭାନ୍ ହୋଇଯାଇଛି। ପିଲାଙ୍କ ଖେଳ ଉପକରଣ ଭାଙ୍ଗିରୁଜିଗଲାଣି। ନେତାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି କାନ୍ଥକୁ ଆଉଜି ପଡ଼ିଥିବାବେଳେ ଗୋଟିଏ ହାତ ଭାଙ୍ଗିଗଲାଣି। ମୋଦୀ ସରକାର ଚଳିତ ବର୍ଷ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳିବାକୁ ଯୋଜନା କରିଛନ୍ତି। ଜାନୁଆରୀ ୨୩ରେ ଜୟନ୍ତୀ। କିନ୍ତୁ ଅନୁଗୁଳ ପୌରପାଳିକା ଏଥିନେଇ ଏକ ବର୍ଷ ହେବ ଜାଣିଥିଲେ ମଧ୍ଯ ଏଥିପ୍ରତି ଧ୍ୟାନଦେଇନାହିଁ। ଜିଲ୍ଲା ପ୍ରଶାସନ ଅନୁଗୁଳର ସୌନ୍ଦର୍ଯ୍ୟକରଣ କଥା କହୁଥିବା ବେଳେ ନେତାଜୀ ଶିଶୁ ଉଦ୍ୟାନର ଏଭଳି ହାଲତ ଦେଖି ସାହିର ବୁଦ୍ଧିଜୀବୀ ମାନେ ଖପ୍ପା। ପୌରପାଳିକା ଏ ଦିଗରେ ଦୃଷ୍ଟିପାତ ବାକରିବ।କୁ ଦାବି ହୋଇଛି।
ପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!
- Post published:January 22, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
