ଅନୁଗୁଳରେ କଂସେଇଖାନା କେବେ ହେବ?

You are currently viewing ଅନୁଗୁଳରେ କଂସେଇଖାନା କେବେ ହେବ?

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ସହର ଭିତରେ ଆଜି ଯାଏ କଂସେଇଖାନା ହୋଇପାରିଲା ନାହିଁ । ସହରବାସୀ ଯେଉଁଠୁ ମାଛ ମାଂସ କିଣୁଛନ୍ତି ତାହା ନନ୍‌ଭେଜ ମାର୍କେଟ । ଓଡିଶା ମ୍ୟୁନିସିପାଲ ଆକ୍ଟ ସେକ୍ସନ ୩୧୩ ଅନୁସାରେ ପୌରପାଳିକା ମଧ୍ୟରେ କଂସେଇଖାନା ବା ସ୍ଲଟର ହାଉସ ପବ୍ଲିକ ସ୍ଥାନ ଠାରୁ ଏଭଳି ଦୁରରେ ହେବ ଯଦ୍ୱାରା ପ୍ରାଣୀଙ୍କୁ ଖାଦ୍ୟ ଉଦ୍ଦେଶ୍ୟରେ ହତ୍ୟା କଲାବେଳେ ଜନସାଧାରଣ ତଥା ଛାତ୍ର ଛାତ୍ରୀ କେହି ଦେଖି ପାରିବେ ନାହିଁ। ଏପରିକି ଗୋଟିଏ ପ୍ରାଣୀକୁ ହତ୍ୟା କଲାବେଳେ ଅନ୍ୟପ୍ରାଣୀ ମଧ୍ୟ ଦେଖିବା ଉଚିତ ନୁହେଁ। ଏହାଛଡା ଅସୁସ୍ଥ ଏବଂ ଗର୍ଭବତୀ ପ୍ରାଣୀକୁ ମଧ୍ୟ ହତ୍ୟା ନିଷିଦ୍ଧ କରାଯାଇଛି କାରଣ ଏହା ଜୀବେ ନିଷ୍ଠୁରତା ନିଷେଧ ଆଇନକୁ ବିରୁଦ୍ଧାଚରଣ କରୁଛି। କଂସେଇଖାନାରେ କାଟିବା ପରେ ମାର୍କେଟରେ ମାଂସ ବିକ୍ରି ହେବା କଥା। କିନ୍ତୁ ଅନୁଗୁଳରେ ମାର୍କେଟ,‌‌ ରାସ୍ତାକଡରେ ଖୋଲାଖୋଲି କୁକୁଡ଼ା, ଛେଳି କଟାଯାଇ ମାଂସ ବିକ୍ରି ହେଉଛି।ତେଣୁ ପୌରପାଳିକା ପକ୍ଷରୁ ଏକ କଂସେଇଖାନା ନିର୍ମାଣ ପାଇଁ ସାଧରଣରେ ଦାବି ହେଉଛି ।

Share

Leave a Reply