ଅନୁଗୁଳ: ଅନୁଗୁଳର ଶେଷ ସ୍ୱାଧୀନ ରାଜା ସୋମନାଥ ସିଂ ଜଗଦ୍ଦେବଙ୍କ ବସ ଷ୍ଟାଣ୍ଡରେ ଥିବା ପ୍ରତିମୂର୍ତ୍ତିର ହାତଟି କିଏ ଭାଙ୍ଗି ଦେଇଛି। ଏ ଅଭାବନିୟ ଘଟଣା ସହର ବୁଦ୍ଧିଜୀବୀ ମାନଙ୍କୁ କ୍ଷୁଵ୍ଧ କରିଛି।
ନିକଟରେ ରାଜାଙ୍କ ଖଣ୍ଡା ଟିକୁ କେହି ନେଇ ଯାଇଥିଲା।ବହୁ ଖୋଜା ଖୋଜି ପରେ ତାହା ମିଳିଥିଲା।ରାଜା ଙ୍କ ପ୍ରତିମୂର୍ତିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ରାଜନୈତିକ କର୍ମୀମାନେ ଏହି ପ୍ରତିମୂର୍ତି ସୌଧରେ ପତାକା ଗୁଡ଼ାଇ ନିଜର ପ୍ରଚାର ପ୍ରସାର କରନ୍ତି। ରାଜାଙ୍କ ସ୍ମୃତି ରକ୍ଷା ପାଇଁ ଏକ ସ୍ମୃତି କମିଟି ଅଛି, ପୋୖର ପାଳିକା ମଧ୍ୟ ରାଜାଙ୍କ ସ୍ମୃତିରକ୍ଷା ଦାୟିତ୍ୱ ନେଇ ଆସିଛି। କିନ୍ତୁ କିଛି ବିକୃତ ମସ୍ତିସ୍କଧାରୀ ବେଳେବେଳେ ଏହାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଆସିଛନ୍ତି। ତେଣୁ ରାଜାଙ୍କ ପ୍ରତିମୂର୍ତ୍ତିକୁ ସଜଡ଼ା ଯାଉ ନତୁବା ଏକ ନୂଆ ପ୍ରତିମୂର୍ତି ସ୍ଥାପନ କରିବାକୁ ସାଧାରଣରେ ଦାବି ହେଉଛି ।