କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଶନିବାର ଝଡ଼ତୋଫାନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ରାସ୍ତା କଡ଼ରେ ଥିବା ଏକ ଗଛ ଭାଙ୍ଗି ପଡ଼ିବାରୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ବ୍ଲକ୍ ବଡ଼ଗୁଣ୍ଡୁରୀ ପଞ୍ଚାୟତ ଦେଭୂଇଁ ଗ୍ରାମର ପିଙ୍କୁ ପ୍ରଧାନଙ୍କ ପତ୍ନୀ ଗେହ୍ଲେଇ ବେହେରା(୨୫)। ଏହି ଘଟଣାରେ ତାଙ୍କ କୁନି ଝିଅଟି ଅଳ୍ପକେ ବର୍ତ୍ତି ଯାଇଛି। ଶନିବାର ସନ୍ଧ୍ୟାରେ ଗେହ୍ଲେଇ ପଡ଼ିଶା ଘରକୁ କୌଣସି କାର୍ଯ୍ୟରେ ଛୋଟ ଝିଅକୁ ଧରି ଯାଇଥିଲେ।ହଠାତ୍ ଝଡ଼ତୋଫାନ ମାଡ଼ି ଆସିଲା। ଘରକୁ ଫେରିବା ବେଳେ ଘର ପାଖରେ ଥିବା କୃଷ୍ଣଛଡ଼ା ଗଛଟି ମହିଳାଙ୍କ ଉପରେ ଭାଙ୍ଗି ପଡ଼ିଲା।ଗେହ୍ଲେଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ସେଠାରୁ ଛୋଟ ଝିଅକୁ ଉଦ୍ଧାର କରିଥିଲେ। ଝିଅଟି ସୁସ୍ଥ ଅଛି। ସୂଚନା ପାଇ କଣିହାଁ ଅଗ୍ନିଶମ ଅଧିକାରୀ ସୁଜିତ କୁମାର ମିଶ୍ରଙ୍କ ସହbତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ଉଦ୍ଧାର କର୍ଯ୍ୟ କରିଥିଲେ।
ଗଛ ପଡ଼ି ମହିଳା ମୃତ, ବର୍ଲିଗଲା କୁନି ଝିଅ
- Post published:May 4, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
