ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ବନ କର୍ମୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

You are currently viewing ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ବନ କର୍ମୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଅନୁଗୁଳ: ହାତୀ ନେଲା ଆଉ ଏକ ଜୀବନ। ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି। ହଣ୍ଡପା ବନାଞ୍ଚଳ ଅଁଳାବେରେଣି ଗାଁରେ ଆଜି ସକାଳେ ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବୃଦ୍ଧା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ, ଗାଁର ଆଶା ଦେହୁରୀ ନାମକ ଜଣେ ବୃଦ୍ଧା ଗାଁ ମୁଣ୍ଡ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ତେବେ ସେଠାରେ ଥିବା ଏକ ହାତୀ ହଠାତ୍ ବୃଦ୍ଧାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଛନ୍ତି।

Share

Leave a Reply