ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ୨ଟି ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ ବଅଁରପାଳ ବଜାର ଅଞ୍ଚଳରେ ଥିବା ପ୍ରଫୁଲ ଦେହୁରୀଙ୍କ ଗ୍ୟାରେଜରେ ଥିବା ଏକ ପୁରୁଣା ବାଇକ୍(ଓଆର-୧୯-୦୮୧୩)କୁ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିର ରୋଡର ସିପୁ ସାହୁ(୨୩) ବୁଧବାର ରାତିରେ ଗଡ଼ାଇ ଗଡ଼ାଇ ନେଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ଧରିଥିଲା। ଏ ନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତ ସିପୁଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ସେହିଭଳି ବୁଧବାର ବିଳମ୍ବିତ ରାତିରେ ବଅଁରପାଳ ଜଗନ୍ନାଥ କଲୋନୀର ଅକ୍ଷୟ ମହାପାତ୍ରଙ୍କ ଘରର ସ୍କାଇ ଲାଇଟ ଭାଙ୍ଗି କଟକ ଜିଲ୍ଲା ତିଗିରିଆର ମହେନ୍ଦ୍ର ସାହୁ(୩୧) ଚୋରି କରୁଥିବା ବେଳେ ପରିବାର ଲୋକଙ୍କ ହାତରେ ଧରା ପଡ଼ିଥିଲେ। ପରିବାର ଲୋକଙ୍କ ଦ୍ବାରା ମହେନ୍ଦ୍ରଙ୍କୁ ପୁଲିସକୁ ହସ୍ତାନ୍ତର କରାଗଲା। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କଠାରୁ ଏକ ଲୁହା ରଡ, ଛୁରି, ଟର୍ଚ୍ଚ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏକ ମାମଲା ରୁଜୁକରି ଅଭିଯୁକ୍ତ ମହେନ୍ଦ୍ରଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।
ଚୋରି ଅଭିଯୋଗରେ ୨ ଗିରଫ
- Post published:January 14, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
