ବନ୍ଧୁ ଘରକୁ ଯିବା ବେଳେ ଧକ୍କା ଦେଲା ବାଇକ, ରାସ୍ତାରେ ଖସି ପଡ଼ି ମହିଳା ମୃତ

You are currently viewing ବନ୍ଧୁ ଘରକୁ ଯିବା ବେଳେ ଧକ୍କା ଦେଲା ବାଇକ, ରାସ୍ତାରେ ଖସି ପଡ଼ି ମହିଳା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ କୋଲିୟରୀ ଥାନା ଅଞ୍ଚଳରେ ଆଜି ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ପର୍ଜଙ୍ଗ ଅଞ୍ଚଳର ଭଗବତୀ ଦେହୁରୀ (୫୫)।

ସୂଚନା ମୁତାବକ, ଭଗବତୀ ଲିଙ୍ଗରାଜ ଟାଉନସିପ୍ ଦେଇ ବନ୍ଧୁ ଘରକୁ ରାସ୍ତାରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ମଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ତଳକୁ ଖସି ପଡ଼ିଥିଲେ। ଖବର ପାଇ ପୋଲିସ୍ ପହଞ୍ଚି ତାଙ୍କୁ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ବାଇକ ଜବତ କରିଥିବା ବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଥିବା ଜଣାଯାଇଛି।

Share

Leave a Reply