ଅମ୍ବିକା ଭଟ୍ଟ ଜିଲ୍ଲା କଂଗ୍ରେସ ସଭାପତି

You are currently viewing ଅମ୍ବିକା ଭଟ୍ଟ ଜିଲ୍ଲା କଂଗ୍ରେସ ସଭାପତି

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଅନୁଗୁଳର ବରିଷ୍ଠ କଂଗ୍ରେସ ନେତା ଅମ୍ବିକା ଭଟ୍ଟଙ୍କୁ ଅନୌପଚାରିକ ସଭାପତି ରୂପେ ମନୋନୀତ କରିଛନ୍ତି। ନିର୍ବାଚନ ଭଳି ଘଡିସନ୍ଧି ମୁହୂର୍ତ୍ତରେ ଏଭଳି ଏକ ଦାୟିତ୍ଵକୁ ଗୁରୁତ୍ୱର ସହ ନେଇଛନ୍ତି ଶ୍ରୀ ଭଟ୍ଟ। ଏକ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ,ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ଏବଂ ପିସିସି ସଭାପତି ଶରତ ପଟନାୟକଙ୍କ ଆଶୀର୍ବାଦରୁ ମୋତେ ଏହି ଦାୟିତ୍ଵ ମିଳିଛି। ନିର୍ବାଚନ ପରିପ୍ରେକ୍ଷୀରେ ମୁ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ଚେଷ୍ଟା କରିବି।

Share

Leave a Reply