ଟ୍ରେନ ଚଢ଼ିଯିବାରୁ ଦୁଇ ଗୋଡ଼ ହରାଇଲେ ମହିଳା, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କଲା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ

You are currently viewing ଟ୍ରେନ ଚଢ଼ିଯିବାରୁ ଦୁଇ ଗୋଡ଼ ହରାଇଲେ ମହିଳା, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କଲା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରାଣୀଗୋଡ଼ା ଗ୍ରାମର ଜଣେ ମହିଳାଙ୍କର ଟ୍ରେନରେ ଦୁଇ ଗୋଡ଼ କଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଅନୁଗୁଳ ଷ୍ଟେସନ ନିକଟ ଚଣ୍ଡି ବଜାର ଠାରେ ରାଣୀଗୋଡ଼ାର ଜଣେ କାର୍ଯ୍ୟରତ ଗୃହରକ୍ଷୀ ମହିଳାଙ୍କ ଉପରେ ଟ୍ରେନ ଚଢ଼ିଯାଇଥିଲା। ଫଳରେ ତାଙ୍କର ଦୁଇ ଗୋଡ଼ କଟିଯାଇଛି। ଏନେଇ ଚଣ୍ଡି ବଜାର ଠାରେ ଥିବା ଟ୍ରେନ ଲାଇନ ଫାଟକ କର୍ମଚାରୀ ଆରପିଏଫକୁ ଖବର ଦେଇଥିଲେ।

ଖବର ପାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply