ଅନୁଗୁଳ: ଅନୁଗୁଳ ତାମ୍ରିତ କଲୋନୀ ନିକଟ ସୌଭାଗ୍ୟନଗରରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଥିଲା। ଭାରସାମ୍ୟ ହରାଇ ଜଣେ ମହିଳା ୪୦ ଫୁଟ ଗଭୀର କୂଅରେ ଖସି ପଡ଼ିଥିଲେ। ଖବର ପାଇ ଅନୁଗୁଳ ଦମକଳ ବାହିନୀ ମହିଳାଙ୍କୁ ଅକ୍ଷତ ଓ ଜୀବନ୍ତ ଉଦ୍ଧାର କରିଥିବା ଜଣାପଡ଼ିଛି । ଦମକଳ ବାହିନୀର ସାହସିକତା ଓ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ଅଧିବାସୀ ପ୍ରଶଂସା କରିଛନ୍ତି । ସୂଚନା ମୁତାବକ, ସୌଭାଗ୍ୟନଗରର ଅମରେଶ ପରିଡାଙ୍କ ପତ୍ନୀ ବିଳାସିନୀ ପରିଡା (୬୦) ସକାଳେ ପାଣି କାଢ଼ିବାକୁ ଗଲା ବେଳେ କୂଅରେ ଖସି ପଡ଼ିଥିଲେ। ଖବର ପାଇ ତୁରନ୍ତ ପହଞ୍ଚିଥିଲେ ଦମକଳ ବାହିନୀ। ମହିଳାଙ୍କୁ ଉଦ୍ଧାର କରିବାକୁ ଆଗ୍ନିକ ରବୀନ୍ଦ୍ର କୁମାର ନାୟକ ଆପ୍ରାଣ ଉଦ୍ୟମ କରିଥିଲେ। ସେ କୂଅ ମଧ୍ୟକୁ ପ୍ରବେଶ କରିବା ସହ ଅନ୍ୟ କର୍ମଚାରୀଙ୍କୁ ସହାୟତାରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ।
କୂଅରୁ ମହିଳା ଉଦ୍ଧାର
- Post published:June 26, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul