ବିଲ କାମ ଦେଖିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ, ମହିଳା ଗୁରୁତର

You are currently viewing ବିଲ କାମ ଦେଖିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ, ମହିଳା ଗୁରୁତର

ଅନୁଗୁଳ: କଣିହାଁ ବନାଞ୍ଚଳ ହରିଚନ୍ଦନପୁର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ହେଲେ ବାରି ସାହୁ (୭୮)।

ସୂଚନା ମୁତାବକ, ସୋମବାର ବାରି ସାହୁ ଘର ନିକଟସ୍ଥ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ଏକ ଜଙ୍ଗଲୀ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଆସିବାରୁ ଭାଲୁ ସ୍ଥାନ ଛାଡ଼ି ଚାଲି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କଣିହାଁ ଅଣାଯାଇଥିଲା ପରେ ଅନୁଗୁଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ଏନେଇ ବନପାଳ ଜଲି ଦେହୁରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଖବରଟି ସତ। ନିୟମ ମୁତାବକ ଗୁରୁତରଙ୍କୁ ସରକାରୀ ଚିକିତ୍ସା ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Share

Leave a Reply