ବାଡ଼ିରେ ବଳଦ ପଶି ଫସଲ ଖାଇବାକୁ କେନ୍ଦ୍ରକରି ମାରପିଟ, ଇଟା ମାଡ଼ରେ ମହିଳା ଗୁରୁତର; ଜଣେ ଗିରଫ

You are currently viewing ବାଡ଼ିରେ ବଳଦ ପଶି ଫସଲ ଖାଇବାକୁ କେନ୍ଦ୍ରକରି ମାରପିଟ, ଇଟା ମାଡ଼ରେ ମହିଳା ଗୁରୁତର; ଜଣେ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା ବାଗଡିଆ ଗାଁରେ ବାଡ଼ିରେ ଫସଲ ନଷ୍ଟକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ପତି ସାହୁଙ୍କ ସ୍ତ୍ରୀ ପାନ ସାହୁ।

ଘଟଣାରୁ ପ୍ରକାଶ ଯେ ସୋମବାର ପତି ସାହୁଙ୍କ ବଳଦ ଭଜ ସାହୁଙ୍କ ବିଲରୁ ଫସଲ ଖାଇବାକୁ କେନ୍ଦ୍ର କରି ଉଭୟଙ୍କ ପରିବାର ମଧ୍ୟରେ ତୀବ୍ର ବଚସା ହୋଇଥିଲା। ପତି ସାହୁଙ୍କ ସ୍ତ୍ରୀ ପାନ ଉଭୟଙ୍କୁ ବାରଣ କରିବା ସହ ଫସଲର କ୍ଷତିପୂରଣ ଦେବା ପାଇଁ କହୁଥିବା ବେଳେ ପଡ଼ୋଶୀ ଲିଙ୍ଗ ସାହୁ ଝଗଡାକୁ ଉସୁକାଉ ଥିଲେ। ପାନ ଲିଙ୍ଗ ସାହୁଙ୍କୁ ଗାଳିଗୁଲଜ କରିଥିଲେ। ପରେ ଲିଙ୍ଗଙ୍କ ପରିବାର ଓ ପତିଙ୍କ ପରିବାର ଭିତରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଲିଙ୍ଗ ପତିଙ୍କ ପରିବାର ଉପରକୁ ଇଟାଫୋପାଡି ଥିଲେ। ଇଟା ପାନଙ୍କ ମୁଣ୍ତରେ ବାଜି ମୁଣ୍ଡ ଫାଟି ଯାଇଥିଲା। ପରିବାର ଲୋକେ ପାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହିତ ଘଟଣା ସମ୍ପର୍କରେ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଛେଣ୍ତିପଦା ଥାନା କେସ ନଂ-୫୫୬ /୨୨ରେ ଏକ ମାମଲା ରୁଜୁ କରି ଲିଙ୍ଗଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Share

Leave a Reply