ଠିକାଦାରଙ୍କ ଅବହେଳାରୁ ଇଲେକ୍ଟ୍ରି ତାର ଲାଗି ଗଲା ମହିଳାଙ୍କ ଜୀବନ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

You are currently viewing ଠିକାଦାରଙ୍କ ଅବହେଳାରୁ ଇଲେକ୍ଟ୍ରି ତାର ଲାଗି ଗଲା ମହିଳାଙ୍କ ଜୀବନ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ଅନୁଗୁଳ: ବିଦ୍ୟୁତ ଆଘାତରେ ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ପଞ୍ଚାୟତର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଓଡ଼ଶ ମୌଜା ପାଟପଡା ସାହିର ସ୍ବର୍ଗତ ପଳଉ ମହାକୁଳଙ୍କ ସ୍ତ୍ରୀ ବନବାସୀ ମହାକୁଳ (୫୬)। 

ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ବନବାସୀ ମହାକୁଳ ତାଙ୍କ ଛେଳିର ସ୍ୱାସ୍ଥ୍ୟ ଖରାପ ହେବାରୁ ପଶୁ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସା ପରେ ସେ ଛେଳିକୁ ଧରି ନବନିର୍ମିତ ପଶୁ ଚିକିତ୍ସାଳୟ ଘରର ପଛ ପାଖ ଗଳି ରାସ୍ତାରେ ଯିବା ସମୟରେ ଖୋଲାରେ ପଡ଼ିଥିବା ଆର୍ଥିଙ୍ଗ ପଏଣ୍ଟ ତାରରେ ଗୋଡ଼ ଲାଗିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସୌଭାଗ୍ୟବଶତଃ ସାଙ୍ଗରେ ନେଇଥିବା ଛେଳିଟି ବଞ୍ଚିଯାଇଛି। ଛେଳିଟି ମାଲିକ ଶବ ପାଖରେ ଜଗି ବସିଥିଲା। ମାଆ ଆସିବାରେ ଡେରି ହେବାର ପୁଅ ଶିବୁ ମହାକୁଳ ଖୋଜିବାକୁ ଆସି ମୃତଦେହ ଦେଖିଥିଲା। ସେ ଖମାର ପୋଲିସକୁ ଖବର ଦେବାରୁ ପୋଲିସ ଶବ ଜବତ କରି ଖମାର ଡାକ୍ତର ଖାନାକୁ ଆଣି ରଖିଥିଲେ। ତେବେ ଠିକାଦାରଙ୍କ ଅବହେଳାରୁ ମାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକ କ୍ଷତି ପୂରଣ ଦାବି କରିଛନ୍ତି।

Share

Leave a Reply