ପୂର୍ବତନ ସୈନିକ ସଂଘ ପକ୍ଷରୁ କର୍ମଶାଳା

You are currently viewing ପୂର୍ବତନ ସୈନିକ ସଂଘ ପକ୍ଷରୁ କର୍ମଶାଳା

ଅନୁଗୁଳ: ଅନୁଗୁଳ ପୂର୍ବତନ ସୈନିକ ସଂଘ ବା ଏଡିଭି ପକ୍ଷରୁ ବାସନ୍ତୀ ଦୁର୍ଗା ମଣ୍ଡପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ସଦସ୍ୟ ମାନଙ୍କ ଜୀବନ ପ୍ରମାଣ ପତ୍ର,ପେନସନ ସମସ୍ୟା ,ବ୍ୟାଙ୍କ୍ ସମସ୍ୟା ଏବଂ ସଂଘର ଆଗାମୀ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥି ସହିତ ସଂଘର ବଡକେରା ଓ ଅନୁଗୁଳ ହବର ଇନଚାର୍ଜ ଚୟନ କରାଯାଇଥିଲା।

ଅନୁଗୁଳ ହବ ପାଇଁ ଅନୀଲ କୁମାର ମହାନ୍ତି,ପ୍ରଫୁଲ୍ଲ କୁମାର ସାହୁ ଓ ରାମଚନ୍ଦ୍ର ତ୍ରିପାଠୀ ଏବଂ ବଡକେରା ହବ ପାଇଁ ଅରୁଣ ସାହୁ,ଦିଲୀପ ପ୍ରଧାନ ଓ ବନବିହାରୀ ସାହୁ ମନୋନୀତ ହୋଇଥିଲେ। ଏହି କର୍ମଶାଳାରେ ୮୦ ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ ।

Share

Leave a Reply