ରିମିଟ୍ କଲେଜ ପକ୍ଷରୁ ବିଶ୍ଵ ଏଡସ୍ ଦିବସ ପାଳିତ, ସହର ପରିକ୍ରମା କରି ସଚେତନ କଲେ ଛାତ୍ରଛାତ୍ରୀ

You are currently viewing ରିମିଟ୍ କଲେଜ ପକ୍ଷରୁ ବିଶ୍ଵ ଏଡସ୍ ଦିବସ ପାଳିତ, ସହର ପରିକ୍ରମା କରି ସଚେତନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ହେଉଛି ବିଶ୍ୱ ଏଡସ୍ ଦିବସ। ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ରିମିଟ କଲେଜ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଏଡସ୍ ଦିବସ ପାଳନ ସହିତ ଏଡସ୍ ହଟାଓ ଦେଶ ବଞ୍ଚାଅର ନାରା ବାଜି ଦେଇ ଛାତ୍ରଛାତ୍ରୀ ବଜାର ପରିକ୍ରମା କରିଥିଲେ। ବଜାର ପରିକ୍ରମା ପରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପିଲାଙ୍କୁ ସ୍ଵାଗତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏ ଅବସରରେ ଜିଲ୍ଲାପାଳ ଏଡସ୍ ଦିବସ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଉପଜିଲ୍ଲାପାଳ ବଇତୁରା ଦୀପ, ସମାଜସେବୀ ଚିନ୍ମୟୀ ଦାସଙ୍କ ସମେତ ରିମିଟ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply