ତାଳଚେର: ତାଳଚେର ଯୁବରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପିପୁଲ ଫର ଆନିମଲ୍ସ ତରଫରୁ ୧୭ ତମ ବିଶ୍ୱ ସର୍ପ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଥର୍ମାଲ ଡିଏଭି ଶିକ୍ଷକ ତଥା ସର୍ପ ବିଶେଷଜ୍ଞ ସପନ କୁମାର ମିଶ୍ର, ଯୁବରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ପଣ୍ଡା, ବନବିଭାଗ ଇନ୍ସପେକ୍ଟର ସୁକାନ୍ତି ଦେଇ ପ୍ରମୁଖ ଯୋଗଦେଇ ସର୍ପ ଆମ ଶତ୍ରୁ ନୁହେଁ ବୋଲି ବୁଝାଇବା ସହ ସେମାନଙ୍କୁ ନ ମାରିବାକୁ ପରାମର୍ଶ ଦେଇଥିଲେ।
ତାଳଚେର ପିପୁଲ ଫର ଆନିମଲ୍ସର କୁନା ସାହୁଙ୍କ ନେତୃତ୍ୱରେ ଅଭିରାମ ଖୁଣ୍ଟିଆ, ଦେବାଶିଷ ପରିଡା, ଗୌତମ ସାହୁ ପ୍ରମୁଖ ବିଶ୍ୱରେ ୨୭୬ ପ୍ରଜାତିର ସର୍ପ ଥିବା ବେଳେ ଓଡ଼ିଶାରେ ମାତ୍ର ୮୦ ପ୍ରଜାତିର ସର୍ପ ଅଛନ୍ତି ବୋଲି କହିଥିଲେ। ଏଣୁ ଏ ବିଶ୍ୱରେ ମଣିଷର ଯେତିକି ଅଧିକାର ଅଛି, ସର୍ପମାନଙ୍କର ମଧ୍ୟ ସେତିକି ଅଧିକାର ଥିବା ଜଣାଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ର ଛାତ୍ରୀ ଓ ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶେଷରେ ଅଭିରାମ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।