ସାଓମିର ଫ୍ୟାନ୍ ଫେଷ୍ଟିଭାଲ୍ ଆରମ୍ଭ: କମ୍ ଦାମରେ କିଣିପାରିବେ ଦାମୀ ସ୍ମାର୍ଟଫୋନ, ଶୀଘ୍ର ଉଠାନ୍ତୁ ଲାଭ

You are currently viewing ସାଓମିର ଫ୍ୟାନ୍ ଫେଷ୍ଟିଭାଲ୍ ଆରମ୍ଭ: କମ୍ ଦାମରେ କିଣିପାରିବେ ଦାମୀ ସ୍ମାର୍ଟଫୋନ, ଶୀଘ୍ର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ଫ୍ୟାନ୍ ଫେଷ୍ଟିଭାଲ୍ ଆରମ୍ଭ କରିଛି ସାଓମି । ଏହି ଫେଷ୍ଟିଭାଲ ଏପ୍ରିଲ ୬ରୁ ଆରମ୍ଭ ହୋଇ ୧୧ ଯାଏ ଚାଲିବ।ଏଥିରେ ଗ୍ରାହକ ସ୍ମାର୍ଟଫୋନ ଉପରେ ଦେଉଛି ବମ୍ପର୍ ଅଫର୍ ପାଇପାରିବେ।
ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଛନ୍ତି କିମ୍ବା ସ୍ମାର୍ଟଫୋନ୍ ବଦଳାଇବାକୁ ଚାହୁଛନ୍ତି, ତେବେ ଏହି ଫେଷ୍ଟିଭାଲରେ କରିପାରିବେ। ରେଡମି ୧୨ସି ଏବଂ ରେଡମି ନୋଟ୍ ୧୨ର ନୂଆ ମୋବାଇଲ ଆସିଛି । ୧୨ସି (୪ଜିବି + ୬୪ଜିବି)ର ମୂଲ୍ୟ ୮,୯୯୯ ଟଙ୍କା ରହିଛି। ଆଇସିଆଇସିଆଇ କାର୍ଡ ଥିବା ଗ୍ରାହକଙ୍କୁ ୫୦୦ ଟଙ୍କା ଅତିରିକ୍ତ ରିହାତି ମିଳିବ। ସେହିପରି ରେଡମି ୧୨ସି (୪ଜିବି + ୬୪ଜିବି) ର ମୂଲ୍ୟ ୮,୪୯୯ ଟଙ୍କା ରହିଛି ଓ (୬ଜିବି + ୧୨୮ଜିବି) ଭାରିଆଣ୍ଟର ମୂଲ୍ୟ ୧୦,୯୯୯ଟଙ୍କା ରହିଛି ।ଏହାକୁ ଆଇସିଆଇସିଆଇ କାର୍ଡରେ ୧୦ ହଜାରରେ କିଣି ପାରିବେ ।

ସାଓମି ୧୩ ମଡେଲର ମୂଲ୍ୟ ୮୯,୯୯୯ ଥିବା ବେଳେ ଆପଣ ୭୧,୯୯୯ରେ କିଣି ପାରିବେ। ରେଡମି ଏ-୧, ରେଡମି-୧୧ ପ୍ରାଇମ ୫ଜି, ରେଡମି ନୋଟ୍-୧୨ ୫ଜି ୫,୮୯୯ ଟଙ୍କାରେ ଉପଲବ୍ଧ ହେଉଛି।
ସେହିପରି ରେଡମି ନୋଟ୍ ୧୨ (୬ଜିବି + ୬୪ଜିବି)ର ମୂଲ୍ୟ ୧୪,୯୯୯ ଟଙ୍କା ଏବଂ ରେଡମି ନୋଟ୍ ୧୨ (୬ଜିବି + ୧୨୮ଜିବି) ଭାରିଆଣ୍ଟର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି । ଆଇସିଆଇସିଆଇ ବ୍ୟାଙ୍କର କାର୍ଡରେ ୧୦୦୦ଟଙ୍କାର ରିହାତି ରହିଛି। ଅଫିସିଆଲ୍ ୱେବସାଇଟ୍ ‘ଏମ୍ଆଇ ଡଟ୍ କମ୍’କୁ ଯାଇ ଗ୍ରାହକ ଅଫରର ଲାଭ ଉଠାଇ ପାରିବେ।

Share

Leave a Reply