ଭୁବନେଶ୍ୱର: ଟ୍ବିଟର ପରେ ଏବେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରେ ମଧ୍ୟ ବ୍ଲୁ ଟିକ୍ ଭେରିଫିକେସନ୍ ପାଇଁ ଟଙ୍କା ଦେବାକୁ ପଡିବ। ମେଟା ନ୍ୟୁ ୟୁଜର ପ୍ରୋଫାଇଲରେ ବ୍ଲୁ ବ୍ୟାଜ୍ ଅଫର କରିବା ପାଇଁ ପ୍ରିମିୟମ ଭେରିଫିକେସନ୍ ସର୍ଭିସ ଲଞ୍ଚ କରିବାକୁ ଘୋଷଣା କରିଛି। ଫଳରେ ଏବେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରେ ବ୍ଲୁ ଟିକ୍ ମିଳିବା ସହଜ ହୋଇଯିବ।
ନିକଟରେ ମେଟାର ଫାଉଣ୍ଡର ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି, ଫେସବୁକ୍ ଚଳିତ ସପ୍ତାହରେ ମେଟା ଭେରିଫାଏଡ୍ ଲଞ୍ଚ କରିବ। ଏହା ପରେ ୟୁଜର ଟଙ୍କା ଦେଇ ବ୍ଲୁ ଟିକ୍ ପାଇଁ ପାରିବେ ଓ ଆକାଉଣ୍ଟ ମଧ୍ୟ ଭେରିଫାଏଡ୍ ହେବ।
ଜୁକରବର୍ଗଙ୍କ ଘୋଷଣା ଅନୁସାରେ, ଏବେ ଗ୍ରାହକ ଟଙ୍କା ଦେଇ ବ୍ଲୁ-ଟିକ୍ ହାସଲ କରିପାରିବେ। ଆଣ୍ଡ୍ରଏଡ୍ ୟୁଜରମାନଙ୍କୁ ମାସକୁ ୧୪ ଦଶମିକ ୯୯ ଡଲାର ବା ୧୨୦୦ରୁ ଅଧିକ ଟଙ୍କା ଏବଂ ୱେବ୍ ୟୁଜରମାନଙ୍କୁ ମାସିକ ୧୧ ଦଶମିକ ୯୯ ଡଲାର ବା ୧ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଜୁକରବର୍ଗ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଚଳିତ ସପ୍ତାହରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ଏହି ସେବା ଆରମ୍ଭ ହେବ। ବାକି ଦେଶ ଗୁଡ଼ିକରେ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜୁକରବର୍ଗ କହିଛନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବରୁ ଏଲନ୍ ମସ୍କ ମଧ୍ୟ ଟ୍ବିଟରରେ ବ୍ଲୁ ଟିକ୍ ପାଇଁ ଟଙ୍କା ନେଉଛନ୍ତି।