ଅନୁଗୁଳ : ସ୍ଥାନୀୟ ବଅଁରପାଳ ଥାନା ନିକଟସ୍ଥ ଆଇଟିଆଇରୁ ବାଇକ୍ ଚୋରି କରି ନେଉଥିବା ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ। ଅଭିଯୋଗ ଅନୁଯାୟୀ, ସଞ୍ଜୟ କୁମାର ଧିର ହିରୋ ହୋଣ୍ଡା ସିଡି ଡିଲସ୍କ (ଓଅର୍ ୧୯ ଯେ ୬୭୯୧) ନେଇ ବଅଁରପାଳ ସ୍ଥିତ ଆଖଣ୍ଡଳମଣି ଆଇଟିଆଇକୁ ପଢିବାକୁ ଯାଇଥିଲେ। କ୍ଲାସ ପରେ ସେ ବାହାରକୁ ଆସିଲା ଦେଖିବା ବେଳକୁ ସେଠାରେ ବାଇକ୍ ନଥିଲା। ବହୁ ଖୋଜା ଖୋଜି ପରେ ସେ ଦାଦା ମକରା ଧିରଙ୍କୁ ଖବର ଦେଇଥିଲେ। ପରେ ଗାଁ ପିଲାମାନେ ଚାରି ଆଡେ ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ସେମାନେ ଖବର ପାଇଥିଲେ ଯେ ତାଙ୍କ ବାଇକକୁ ଦୁଇ ଜଣ ଲୋକ ନୂଆହତାରୁ ଟାଟା ଷ୍ଟିଲ କାରଖାନା ଆଡକୁ ନେଇ ଯାଉଛନ୍ତି। ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଅଟକାଇବା ସହ ଦୁଇ ଜଣଙ୍କୁ ଧରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଚମ୍ପଟ ମାରିଥିବା ବେଳେ ଆଉ ଜଣଙ୍କୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି। ଧରା ପଡ଼ିଥିବା ବ୍ୟକ୍ତି ଖଡଗପ୍ରସାଦର ବିଶ୍ୱଜିତ୍ ଦାସ ବୋଲି ଜଣାଯାଇଛି। ଗାଁ ଲୋକେ ବିଶ୍ୱଜିତ୍କୁ ବଅଁରପାଳ ଥାନାରେ ଜିମା ଦେଇଥିବା ଜଣାଯାଇଛି।
ବାଇକ୍ ଚୋରି କରି ଯାଉଥିବା ଯୁବକକୁ ମାଡ଼ି ବସିଲେ ଲୋକେ
- Post published:August 3, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
