ଟ୍ରଲର ଚାପାରେ ଯୁବ ବ୍ୟବସାୟୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ

You are currently viewing ଟ୍ରଲର ଚାପାରେ ଯୁବ ବ୍ୟବସାୟୀ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ

କିଶୋରନଗର: ଅନୁଗୁଳ ଜିଲ୍ଲା ବାମୁର ଛକଠାରେ ଟ୍ରଲର ଚାପାରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟବସାୟୀ ହେଲେ ଜନ୍ମେଜୟ ପ୍ରଧାନ।

ସୂଚନା ଅନୁଯାୟୀ, ଆଜି ସକାଳେ ଜନ୍ମେଜୟ ନିଜ ଘର ବାମୁରରୁ ଛକକୁ ଚାଲିଚାଲି ଆସୁଥିବା ବେଳେ ସମ୍ବଲପୁରରୁ ଅନୁଗୁଳ ଯାଉଥିବା ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଜନ୍ମେଜୟଙ୍କ ମୃତ୍ୟୁ ପରେ ଉପଯୁକ୍ତ କ୍ଷତିପୂରଣ ଓ ଏଆଇପିଏଲର ମନମାନୀ ରାସ୍ତା କାମକୁ ବିରୋଧ କରି ସ୍ଥାନୀୟ ଲୋକେ ଜାତୀୟ ରାଜପଥରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉପଜିଲ୍ଲାପାଳ ଜିତେନ୍ଦ୍ର ପାତ୍ର, ସ୍ଥାନୀୟ ଆଇଆଇସି ସଂଗୀତା ମହାପାତ୍ର ପହଞ୍ଚି ମୃତକଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପଟେ ପୋଲିସ୍ ଏକ ମାମଲା ରୁଜୁ କରି ଟ୍ରଲରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।

Share

Leave a Reply