ଜିନ୍ଦଲ ପରିସରରେ ଟ୍ରଲର ଧକ୍କାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ, ୨ ଗୁରୁତର

You are currently viewing ଜିନ୍ଦଲ ପରିସରରେ ଟ୍ରଲର ଧକ୍କାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ, ୨ ଗୁରୁତର

ଅନୁଗୁଳ: ସ୍ଥାନୀୟ ଜିନ୍ଦଲ କାରଖାନା ପରିସରରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ “ସକାଳ” ଖବର କାଗଜର ବରିଷ୍ଠ ସାମ୍ବାଦିକ ତଥା ଅନୁଗୁଳ ଅମଲାପଡା ନିବାସୀ ସଂଗ୍ରାମ ରଞ୍ଜନ ଦାସଙ୍କ ପୁତୁରା ସୌରଭ ଦାସ (୨୧)।ସୌରଭ ମଙ୍ଗଳବାର ଦିନ ଜିନ୍ଦଲ କାରଖାନାରୁ କାମ ସାରି ଅନ୍ୟ ପାଞ୍ଚ ଜଣ କର୍ମଚାରୀଙ୍କ ସହ ଏକ ଟାଟା ମ୍ୟାଜିକ ଗାଡ଼ିରେ ଘରକୁ ଫେରୁଥିବା ବେଳେ କମ୍ପାନୀ ପରିସରରେ ଏକ ଟ୍ରଲର ସହିତ ସେ ଧକ୍କା ହୋଇଥିଲେ। ସୌରଭଙ୍କ ଛାତିରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଜିନ୍ଦଲ କର୍ତ୍ତୃପକ୍ଷ ଆହତ ଦୁଇ କର୍ମଚାରୀଙ୍କୁ ଚିକିତ୍ସା ପାଇଁ କଟକ ପଠାଇଥିଲେ ଏବଂ ସୌରଭଙ୍କ ମୃତ ଶରୀରକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।ମଙ୍ଗଳବାର ଦିନ ଅପରାହ୍ନରେ ଅନୁଗୁଳ କରଡାଗାଡିଆ ସ୍ଥିତ ଶ୍ମଶାନରେ ସୌରଭଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ତାଙ୍କ ମୃତ୍ୟୁରେ ଜିନ୍ଦଲର ଜିଏମ ବନବାସ ଆଚାର୍ଯ୍ୟ, ଶରତ ପଣ୍ଡା, ସିଏସ୍ଆର୍ ବିଭାଗର ଓଡ଼ିଶା ମୁଖ୍ୟ ପ୍ରଶାନ୍ତ ହୋତା, ସକାଳ ଖବର କାଗଜର ସିଇଓ ସୁବ୍ରତ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି।

Share

Leave a Reply