ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

You are currently viewing ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁର ପ୍ରଭାତ ରଞ୍ଜନ ସାହୁ(୨୫) ଯେ କି ଏବେ ଅନୁଗୁଳ ଭେଟେନାରୀ କଲୋନୀରେ ରହୁଥିଲେ, ସେ ତାଙ୍କର ଜଣେ ସମ୍ପର୍କିୟଙ୍କ ଘରକୁ ନିୟମିତ ଯିବାଆସିବା କରୁଥିଲେ। ଯୁବତୀଙ୍କସହ ପ୍ରେମ ସମ୍ପର୍କ ଗଢ଼ି ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଏ କଥା କାହା ଆଗରେ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ। ନିକଟରେ ଯୁବତୀଙ୍କ ବିବାହ ପ୍ରସ୍ତାବକୁ ମଧ୍ୟ ପ୍ରଭାତ ଭାଙ୍ଗିଥିଲେ। ଏ ନେଇ ଯୁବତୀ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରିବା ସହ ବୁଧବାର ପ୍ରଭାତଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।

Share

Leave a Reply