ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ବୁଧବାର ଗିରଫ କରିଛି। ସୂଚନା ଯେ, ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା ଗାଁର ଅଭିଶେକ ସ୍ବାଇଁ(୨୨) ୨୦୨୧ ଏପ୍ରିଲ ୧୯ ତାରିଖ ରାତିରେ ଅପହରଣକରି ନେଇ ଢ଼େଙ୍କାନାଳରେ ଏକ ଭଡ଼ାଘରେ ରଖିଥିଲେ। ସେଠାରେ ବିବାହର ବାହାନାକରି ଶାରିରିକ ସମ୍ପର୍କ ସ୍ଥାପନ କରିଥିଲେ। ଫଳରେ ନାବାଳିକା ଗର୍ଭବତୀ ହୋଇଥିଲେ। ପରେ ଅଭିଶେକ୍ ଏକ କ୍ଲିନିକ୍ରେ ନାବାଳିକାଙ୍କ ଗର୍ଭପାତ କରାଇଥିଲେ। ଏହାପରେ ନାବାଳିକାଙ୍କୁ ଅଭିଶେକ ଛାଡ଼ି ଦେଇଥିଲେ। ଫଳରେ ନାବାଳିକା ଆସି ତାଙ୍କ ଘରେ ପହଞ୍ଚି ସମସ୍ତ ଘଟଣା କହିଥିଲେ। ଅନ୍ୟପକ୍ଷରେ ଅଭିଶେକର କିଛି ଲୋକ ଆସି ନାବାଳିକାଙ୍କୁ ଘଟଣା ପୁଲିସରେ ନହିବାକୁ ଧମକ ଚମକ ଦେଉଛନ୍ତି। ଏ ନେଇ ନାବାଳିକାଙ୍କ ମା’ ମଙ୍ଗଳବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଥାନା କେସ୍ ନଂ ୨୬/୨୨ରେ ଦଫା ୩୬୩, ୩୬୬(ଏ), ୩୭୬(୨)(ଏନ୍), ୩୧୨, ୫୦୬ ଓ ପକ୍ସୋ ଆଇନର ଧାରା ୬ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଅଭିଶେକଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି।
ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
- Post published:January 20, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
