ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଝିଆରୀ ଜ୍ବାଇଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଯେ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ଗାଁର ସୁନିଲ ନାଏକ(୨୭) ୨ ବର୍ଷ ହେବ ଅନୁଗୁଳ ଟାଉନ୍ ଥାନା ଅଞ୍ଚଳରେ ଥିବା ତାଙ୍କ ମଉସା ଶଶୁରଙ୍କ ଘର ନିକଟରେ ରହୁଥିଲେ। କିଛିମାସ ତଳେ ହଠାତ୍ ଦିନେ ରାତିରେ ତାଙ୍କ ମାଉସୀ ଶାଶୁଙ୍କୁ ଯୋରଜବର ଦୁଷ୍କର୍ମ କରିଥିଲେ। ଏ କଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏବେ ମହିଳା ୩ ମାସର ଗର୍ଭବତୀ। ଏ ନେଇ ମହିଳା ଗତକାଲି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁନିଲଙ୍କୁ ଆଜି ଗିରଫକରି କୋର୍ଟ ଚାଲାଣ କରିଛି।ର ଗିରଫକରି କୋର୍ଟ ଚାଲାଣ କରିଛି।
ମାଉସୀ ଶାଶୁଙ୍କୁ ଦୁଷ୍କର୍ମକରି ଯୁବକ ଗିରଫ
- Post published:July 16, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul