ନଦୀରେ ବୁଡ଼ି ଯୁବକ ମୃତ, ଦିନକ ପରେ ଉଦ୍ଧାର ହେଲା ମୃତଦେହ

You are currently viewing ନଦୀରେ ବୁଡ଼ି ଯୁବକ ମୃତ, ଦିନକ ପରେ ଉଦ୍ଧାର ହେଲା ମୃତଦେହ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ମୁଚୁରିଗାଡିଆ ଗାଁରେ ମାଙ୍କଡ଼ା ନଦୀରେ ଭାସିଯାଇଥିବା ଯୁବକଙ୍କୁ ମୃତ ଦେହ ଠାବ ହୋଇଛି। ମୃତକ ହେଲେ ମୁଚୁରିଗାଡିଆ ଗାଁର ବିଶ୍ଵନାଥ ଖାନ୍ଦିଆ(୩୫)।

ସୂଚନା ମୁତାବକ, ବିଶ୍ୱନାଥ ଶନିବାର ଦିନ ପାଖ ଗାଁରୁ କାମ ସାରି ମାଙ୍କଡ଼ା ନଦୀ ପାର କରି ଘରକୁ ଫେରୁଥିବା ସମୟରେ ନଦୀରେ ଭାସି ଯାଇଥିଲେ। ସାଙ୍ଗସାଥି ଏବଂ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଗତ କାଲି ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା।

ରବିବାର ପାଳଲହଡ଼ା ଥାନା ଏବଂ ଅଗ୍ନିଶମ ବିଭାଗ ମିଳିତ ଭାବେ ପୁଣି ଥରେ ଖୋଜାଖୋଜି କରିବାରୁ ତାଙ୍କ ମୃତଦେହ ପାଇଥିଲା। ପାଳଲହଡ଼ା ପୋଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି।

Share

Leave a Reply