ମୃତ୍ୟୁ ପରେ ବି ଅତୁଟ ଭାଇର ପ୍ରେମ: ବଡ଼ ଭାଇଙ୍କ ସ୍ମୃତିରେ ସାନ ଭାଇର ନିଆରା ଜନ୍ମଦିନ ପାଳନ

You are currently viewing ମୃତ୍ୟୁ ପରେ ବି ଅତୁଟ ଭାଇର ପ୍ରେମ: ବଡ଼ ଭାଇଙ୍କ ସ୍ମୃତିରେ ସାନ ଭାଇର ନିଆରା ଜନ୍ମଦିନ ପାଳନ

ଅନୁଗୁଳ: ଆଜିର ସ୍ୱାର୍ଥପର ଦୁନିଆରେ ଭାଇ-ଭାଇ ମଧ୍ୟରେ ସମ୍ପର୍କରେ ଫାଟ ଦେଖାଯାଉଥିବା ବେଳେ, ଅନୁଗୁଳ ଜିଲ୍ଲା ମହୀଧରପୁର ଅଞ୍ଚଳର ଆମ୍ବିଠି ଗ୍ରାମରୁ ସାମ୍ନାକୁ ଆସିଛି ଭ୍ରାତୃପ୍ରେମର ଏକ ଅନନ୍ୟ ଉଦାହରଣ। ବଡ଼ ଭାଇଙ୍କ ଅକାଳ ବିୟୋଗ ପରେ ବି ତାଙ୍କୁ ଭୁଲିନାହାନ୍ତି ସାନ ଭାଇ।

ଆମ୍ବିଠି ଗ୍ରାମର ସ୍ୱର୍ଗତ ସମିନ କୁମାର ପାଳ (ଚିକୁ ଭାଇ)ଙ୍କ ଜନ୍ମଦିନକୁ ତାଙ୍କ ସାନ ଭାଇ ଶୋଭିନ କୁମାର ପାଳ ବେଶ୍ ଧୁମଧାମରେ ଏକ ମହାଉତ୍ସବ ଭଳି ପାଳନ କରିଛନ୍ତି। ବଡ଼ ଭାଇଙ୍କ ପ୍ରତିମୂର୍ତ୍ତି ନିକଟରେ କେକ୍ କଟାଯିବା ସହ ଗ୍ରାମବାସୀଙ୍କ ପାଇଁ ଦିନତମାମ ବାଦି ପାଲା ଓ ଭୋଜିର ଆୟୋଜନ କରାଯାଇଥିଲା। ସମିନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗରିବ ଲୋକଙ୍କୁ ସାହାଯ୍ୟର ହାତ ମଧ୍ୟ ବଢ଼ାଯାଇଛି।

“ଭାଇ ମୋ ପାଇଁ ଜୀବନଠାରୁ ବଳି, ତାଙ୍କ ଆଦର୍ଶ ହିଁ ମୋର ବଞ୍ଚିବାର ବାଟ” ବୋଲି ଭାବବିହ୍ୱଳ ହୋଇ କହିଛନ୍ତି ଶୋଭିନ।
ମୃତ୍ୟୁ ପରେ ବି ଭାଇ ପ୍ରତି ଥିବା ଏହି ଗଭୀର ଭଲପାଇବା ଏବଂ ନିଆରା ପରମ୍ପରା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗ୍ରାମବାସୀଙ୍କ ପାଇଁ ଏକ ପ୍ରେରଣା ସାଜିଛି।

Share

Leave a Reply