ସ୍କୁଲ ଛାତ୍ରୀଙ୍କୁ ଅସଦ ବ୍ୟବହାରକରି ଯୁବକ ଗିରଫ

You are currently viewing ସ୍କୁଲ ଛାତ୍ରୀଙ୍କୁ ଅସଦ ବ୍ୟବହାରକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଏକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦ ବ୍ୟବହାରକରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ।

ସୂଚନା ଯେ, ସୋମବାର ଅପରାହ୍ନରେ ବିଦ୍ୟାଳୟ ଛୁଟି ହେବାପରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେଇ ଗାଁର ବ୍ରଜବନ୍ଧୁ ପଲେଇ(୨୧) ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଛକଠାରେ ଛାତ୍ରୀ(୧୪)ଙ୍କୁ ଅଟକାଇ ଏକ ଉପହାର ଦେଇଥିଲେ। ଛାତ୍ରୀ ଏହି ଉପହାରକୁ ଗ୍ରହଣ କରିନଥିଲେ। ଫଳରେ ଉତ୍କ୍ଷିପ୍ତ ହୋଇ ବ୍ରଜବନ୍ଧୁ ଛାତ୍ରୀଙ୍କୁ ଅଶାଳିନ ମନ୍ତବ୍ୟ ଦେବାସହ ଗାଳିଗୁଲଜ କରିଥିଲେ। ଏ ନେଇ ଛାତ୍ରୀଙ୍କ ବାପା ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ମଙ୍ଗଳବାର ବ୍ରଜବନ୍ଧୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply