ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

You are currently viewing ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ଅନୁଗୁଳ:ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗାଁର ଜଣେ ଦୋକାନୀଙ୍କୁ ପୂର୍ବ ଶତ୍ରୁତାରୁ ରବିବାର ରାତିରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଯେ, ଗାଁର ପପୁ ସେନାପତି(୩୦) ରବିବାର ରାତି ପ୍ରାୟ ୧୦ଟା ବେଳେ ତାଙ୍କ ଦେକାନ ବନ୍ଦକରି ଯାଉଥିବା ସମୟରେ ଗାଁର ଲଲ ଓରଫ ଦେବାଶିଷ ବେହେରା(୨୩) ସେଠାରେ ପହଞ୍ଚି ତାଙ୍କୁ ଅଟକାଇଥିଲା। ପୂର୍ବ ଶତ୍ରୁତାକୁ ନେଇ ଗାଳି ଗୁଲଜ କରିଥିଲା। କାହିଁକି ଗାଳି କରୁଛୁ ବୋଲି ପପୁ ପଚାରିବାରୁ ଲଲ ଏକ କଟୁରୀରେ ପପୁଙ୍କ ମୁଣ୍ଡକୁ ଲକ୍ଷକରି ଚୋଟ ମାରିଥିଲା। ତେବେ ପପୁ ତଳକୁ ନଇଁପଡ଼ି ହାତ ଦେଖାଇ ଦେବାରୁ ତାଙ୍କ ବାମହାତରେ କଟୁରୀ ଚୋଟ ବାଜିଥିଲା। ଫଳରେ ପପୁ ଗୁରୁତର ଆହତ ହୋଇ ଅନୁଗୁଳ ଜିଲ୍ଲା ଚିକିତ୍ସାୟରେ ଭର୍ତ୍ତି ହୋଇଥିଲେ।

ଏ ନେଇ ପପୁ ସୋମବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଲଲଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply