maa mangala vihar

ସ୍କୁଲ ପରିସରରୁ ଅଜଗର ଉଦ୍ଧାର

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଓ.ପି ଜିନ୍ଦଲ ସ୍କୁଲରୁ ୬ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି। ଓ.ପି ଜିନ୍ଦଲ ସ୍କୁଲ ପରିସରରେ ଅଜଗରକୁ ଦେଖି ସ୍କୁଲ କର୍ତ୍ତୃପକ୍ଷ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ । ଖବର ପାଇ ଶ୍ରୀ ବେହେରା ସାଥୀ ସର୍ପଉଦ୍ଧାରକାରୀ ରାଧାମୋହନ ସାହୁ ଓ ବିଜୁ ଭୋଇ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ସାପଟିକୁ ଉଦ୍ଧାର କରିଥିଲେ। ଏହାସହିତ ଅନୁଗୁଳ ବନାଞ୍ଚଳ ଅଧିକାରୀ ରାଜେନ୍ଦ୍ରକୁମାର ସାମନ୍ତରାୟଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନିଶା ସେକ୍ସନ ବନପାଳ ଗୌରହରୀ ନାଏକଙ୍କ ଉପସ୍ଥିତିରେ ଅଜଗରକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିଲା।

Leave A Reply

Your email address will not be published.