ଘର ପୋଡ଼ିବା ଅଭିଯୋଗରେ ଯୁବକ ଗିରଫ

You are currently viewing ଘର ପୋଡ଼ିବା ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତୋଲୋଇ ଗାଁରେ ବୁଧବାର ରାତିରେ ଘର ପୋଡ଼ି ଦେଇଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରିଛି।

ସୂଚନା ଯେ, ଗାଁର ଦିନେଶ ନାଏକ(୨୨) ବୁଧବାର ରାତିରେ ତାଙ୍କ ମା’ ଶୈଳ ନାଏକଙ୍କ ସହ ପାଟିଗୋଳ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଧୀରେନ୍ ଶୈଳଙ୍କୁ ମାଡ଼ପିଟ କରିଥିଲେ। ଏଥିରେ ମନ ଭରିଲା ନାହିଁ ଯେ, ରାତିରେ ନିଜ ଘରେ ନିଆଁ ଲଗାଇ ଦେଇଥିଲେ ଦିନେଶ। ଏ ନେଇ ଶୈଳ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଗୁରୁବାର ଦିନେଶଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply