ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

You are currently viewing ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ଅପହରଣ ମାମଲାରେ ମାନସ ନାଏକକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ଘଟଣା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ନାବାଳିକା ଜଣେ ଟ୍ୟୁସନ ସାରି ରାତି ୮ଟା ସମୟରେ ଘରକୁ ଫେରୁଥିବା ବେଳେ ମାନସ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇଥିଲେ। ନାବାଳିକା ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରି ଘଟଣା ଜାଣିବା ପରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ପଦକ୍ଷେପ ନେଇ ନାବାଳିକାକୁ ଉଦ୍ଧାର କରିଥିଲେ, କିନ୍ତୁ ଅଭିଯୁକ୍ତ ମାନସ ଫେରାର ହୋଇଯାଇଥିଲା। ଶୁକ୍ରବାର ବଅଁରପାଳ ପୋଲିସ ତାଙ୍କୁ ଗିରଫ କରି ଅପହରଣ ମାମଲାରେ କୋର୍ଟଚାଲାଣ କରିଛି।

Share

Leave a Reply