ଚୋରି ମାମଲାରେ ଯୁବକ ଗିରଫ

You are currently viewing ଚୋରି ମାମଲାରେ ଯୁବକ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଟାଉନ ଥାନା ଅଧୀନ ପଥରମୁଣ୍ଡା ପାଣିଟାଙ୍କି ନିକଟ ଓସିସ କଲୋନୀରେ ଚୋରି ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଖମାର ଥାନା ଅଂଚଳର କରଡ଼ାଖମନ ଗ୍ରାମର ପପୁ ବିଶ୍ୱାଳ (୩୮)।

ଅଭିଯୋଗକାରୀ ଫକୀର ମୋହନ ପ୍ରଧାନ, ଡେରଙ୍ଗ ପଂଚାୟତର ମୋହନୀପାଳ ଗ୍ରାମର ବାସିନ୍ଦା, ଓସିସ କଲୋନୀରେ ଅସ୍ଥାୟୀ ଘରେ ରହୁଛନ୍ତି। କିଛି ଦିନ ପୂର୍ବେ ସେ ନିଜ ଗ୍ରାମକୁ ଯାଇଥିଲେ। ରବିବାର ଫେରି ଦେଖିଥିଲେ ତାଙ୍କ ଘରର କବାଟ ଭାଙ୍ଗି ୫ ହଜାର ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଛି। ଏନେଇ ସେ ଏନଟିପିସି ଥାନାରେ ମାମଲା ଦାୟର କରିଥିଲେ। ଥାନାର ଏସଆଇ ଏମ.ଡି. ପଣ୍ଡା ତଦନ୍ତ କରି ପପୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତଙ୍କଠାରୁ ୫ ହଜାର ଟଙ୍କା ଜବତ ହୋଇଥିବା ପଣ୍ଡା ସୂଚନା ଦେଇଛନ୍ତି।

Share

Leave a Reply