ତାଳଚେର: ହିଙ୍ଗୁଳା କୋଇଲା ଖଣି ଅଞ୍ଚଳରୁ ଡିଜେଲ ଚୋରି ରାକେଟ ସକ୍ରିୟ ଥିବା ବେଳେ ଗୋପାଳପ୍ରସାଦ ପୋଲିସ ଗତକାଲି ଜଣେ ଯୁବକକୁ ଗିରଫ କରିଛି। ପୂର୍ବତନ ସରପଞ୍ଚ ବିମ୍ବାଧର ବେହେରାଙ୍କ ଆକ୍ତିଭା ସ୍କୁଟି (OD 35D 0947)ରେ ଏମ୍ସିଏଲ୍ ହିଙ୍ଗୁଳା ଖଣିରୁ ଚୋରି ତେଲ ନେଉଥିବା ବେଳେ ସୋଲଡା ଶାଳବଣି ରାସ୍ତା ନିକଟରୁ ୨୫ ଲିଟର ଡିଜେଲ ଓ ସ୍କୁଟି ଜବତ ହୋଇଛି।
ଗିରଫ ଯୁବକ ମଣ୍ଟୁ ଦାସ (ବିମ୍ବାଧରଙ୍କ ସୁପର ଭାଇଜର), ଜରପଡା ଥାନା ସାନ୍ତରାପୁର ଗ୍ରାମର ବାସିନ୍ଦା। କେସ୍ ନମ୍ବର ୨୯୪ ଅନୁଯାୟୀ ଧାରା ୩୦୩(୨) ବିଏନ୍ଏସ୍ରେ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି। ଖଣି ଅଞ୍ଚଳରୁ ଦୈନିକ ତେଲ ଚୋରି ଜାରି ରହିଥିବାରୁ ମାଷ୍ଟରମାଇଣ୍ଡଙ୍କ ହାତ ଥିବା ଚର୍ଚ୍ଚା ଜୋର ଧରିଛି। ଏହି ଗିରଫଦାରିରୁ ଚୋରଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।




