ସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ

You are currently viewing ସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ

ଅନୁଗୁଳ: ସାପ କାମୁଡ଼ାରେ ଯୁବକ ମୃତ। ମୃତକ ହେଲେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ବତୀସୁଆଁ ପଞ୍ଚାୟତ ଧାଙ୍ଗଡ଼ ସାହିର ପବିତ୍ର ଧାଙ୍ଗଡ଼ (୩୫)। ରବିବାର ସନ୍ଧ୍ୟାରେ ପବିତ୍ର ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଳଲହଡ଼ା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲା।

ତେବେ ସୋମବାର ମୃତ ଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ ପବିତ୍ରଙ୍କର ଏକ ତିନି ବର୍ଷର ଶିଶୁ ଥିବା ବେଳେ ତାଙ୍କ ପତ୍ନୀ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ସରପଞ୍ଚ ଶୁଭେନ୍ଦୁ ସାହୁ ଏବଂ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।

Share

Leave a Reply