ସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

You are currently viewing ସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ଅନୁଗୁଳ: ସ୍ଥାନୀୟ ଡେରେଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ସିତମ୍ ପ୍ରଧାନ (୨୧)।

ସୂଚନା ମୁତାବକ, ସିତମ୍ ପ୍ରଧାନ ହାଇଦ୍ରାବାଦରେ କ୍ୟାନସର୍ ଟେକ୍ନିସିଆନ ପାଠ ପଢୁଥିଲେ। ଛୁଟି ଥିବାରୁ ସେ ସପ୍ତାହେ ହେଲା ଘରକୁ ଆସିଥିଲେ। ଗତ କାଲି ସାଙ୍ଗର ଜନ୍ମ ଦିନ ଥିବାରୁ ସେ ଅନୁଗୁଳ ଆସିଥିଲେ। ସାଙ୍ଗର ଜନ୍ମ ଦିନ ପାଳନ କରି ଆଜି ସକାଳେ ଦୁଇ ଜଣ ସାଙ୍ଗ ସହ ସିତମ୍ ଡେରେଜାଙ୍ଗ ଡ୍ୟାମ୍‌ରେ ଗାଧୋଇ ମନ୍ଦିର ଦର୍ଶନ କରିବାକୁ ପ୍ଲାନ୍‌ କରିଥିଲେ। କିନ୍ତୁ ଗାଧୋଇବା ବେଳେ ଡ୍ୟାମ୍ ପାଣିରେ ବୁଡି ଯାଇଥିଲେ।

ପାଖରେ ଥିବା ଦୁଇ ସାଙ୍ଗ ଅନୁଗୁଳ ଦମକଳ କେନ୍ଦ୍ରକୁ ଖବର୍ ଦେଇଥିଲେ। ଖବର ପାଇ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ପାଣିରୁ ସିତମ୍‌କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Share

Leave a Reply